ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ - ୨୦୨୩ ଆଜି ଯାଜପୁର ଜିଲ୍ଲାସ୍ଥିତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଶାଳା ବ୍ଲକ୍ ଉନ୍ନୟନ ଅଧିକାରୀ ସମେତ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପଞ୍ଜିକରଣ ରୁ ଆରମ୍ଭ ହୋଇଥିଲା । କବିତା ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବମୋଟ ୯୨ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ କରାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଶିକ୍ଷାବିତ୍ ଓ ବିଶିଷ୍ଟ ଲୋକଙ୍କୁ ନେଇ […]

ବଣମଲ୍ଲୀ ବୌଦ୍ଧିକ ବିକାଶ କାର୍ଯ୍ୟକ୍ରମ - ୨୦୨୩ ଆଜି ଯାଜପୁର ଜିଲ୍ଲାସ୍ଥିତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଶାଳା ବ୍ଲକ୍ ଉନ୍ନୟନ ଅଧିକାରୀ ସମେତ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ଉପସ୍ଥିତ ରହିଥିଲେ ।

କାର୍ଯ୍ୟକ୍ରମ ପଞ୍ଜିକରଣ ରୁ ଆରମ୍ଭ ହୋଇଥିଲା । କବିତା ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସର୍ବମୋଟ ୯୨ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ କରାଇ ପରୀକ୍ଷା କରାଯାଇଥିଲା।



ପରୀକ୍ଷାରେ ଶିକ୍ଷାବିତ୍ ଓ ବିଶିଷ୍ଟ ଲୋକଙ୍କୁ ନେଇ ମୂଲ୍ୟାୟନ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ପତ୍ୟେକ ବିଭାଗରେ ଭଲ ପ୍ରଦର୍ଶନ କରିଥବା ଛାତ୍ରଛାତ୍ରୀଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ଚୟନ କରାଯାଇଥିଲା ।


ପ୍ରତିଯୋଗିତା ପରେ ଏକ ସାଧାରଣ ଜ୍ଞାନ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଛୋଟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ସଂଗଠନ ର ସଭାପତି ନିର୍ମାଲ୍ୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଧର୍ମଶାଳା ବ୍ଲକ୍ ଉନ୍ନୟନ ଅଧିକାରୀ କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିବା ସହ ପ୍ରତିଯୋଗୀଙ୍କୁ ନୀତି ନୈତିକତା ଓ ସଦଗୁଣ ଉପରେ ଉଦବୋଧନ ଦେଇଥିଲେ ।
ବୈଠକ ପରେ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଯାଇବା ସହ କୃତି ପ୍ରତିଭା ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । କୃତି ପ୍ରତିଯୋଗୀଙ୍କ ବିଷୟରେ କିଛି ସୂଚନା ନିମ୍ନରେ ଦିଆଗଲା ।

ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିସାରିଲା ପରେ ସମୂହ ଫଟୋ ଉଠାଯାଇଥିଲା । ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ସରୋଜକାନ୍ତ ବେହେରା ଏହି ସଫଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ , ଅଭିଭାବକ, ବିଶିଷ୍ଟ ବ୍ୟକ୍ତି ବିଶେଷ , ସଙ୍ଗଠନର ସମସ୍ତ ସଦସ୍ୟ, ମିଡ଼ିଆ ଭାଇ ଓ ଯୋଗଦାନ କରିଥିବା ପ୍ରତିଯୋଗୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମର ସିଧା ପ୍ରସାରଣ ର ଭିଡ଼ିଓ ଦେଖିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।